ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ, କଲା ଜରୁରୀ ଅବତରଣ

ଚେନ୍ନାଇ : ତାମିଲନାଡୁର ତିରୁଚିରାପାଲିରୁ ସିଙ୍ଗାପୁରକୁ ଉଡାଣ ଭରିଥିବା ବିମାନ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଇଞ୍ଜିନରୁ ଧୂଆ ବାହାରିବା କାରଣରୁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସ୍କଟ ଏୟାରଲାଇନ୍ସର ଟିଆର ୫୬୭ ବିମାନ ତିରୁଚିରାପାଲିରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ବିମାନରୁ ଧୂଆଁ ବାହାରିଥିଲା। ବିମାନର ପାଇଲଟ ଏହା ଜାଣିବା ପରେ ଚେନ୍ନାଇ ଏୟାରପୋର୍ଟର କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ କରିଥିଲେ । ପରେ ସକାଳ ପ୍ରାୟ ୩.୪୦ ମିନିଟରେ ଚେନ୍ନାଇ ଏୟାରପୋର୍ଟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ୧୬୧ ଜଣ ଯାତ୍ରୀଙ୍କ ସହ କ୍ରୁ ସଦସ୍ୟ ଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନ ମଧ୍ୟରୁ ବାହାର କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ହୋଟଲରେ ରଖାଯାଇଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ବିମାନ ସିଙ୍ଗାପୁରକୁ ଉଡାଣ ଭରିବ ବୋଲି ସୂଚନା ମିଳିଛି ।

Comments are closed.