ଜାଣନ୍ତୁ, କେଉଁ ଆଙ୍ଗୁଠିରେ ସିନ୍ଦୂର ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୁଏ

0

ବିବାହିତ ନାରୀମାନଙ୍କ ପାଇଁ ଶଙ୍ଖା ଓ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଥାଏ। ସିନ୍ଦୂରର ଅନେକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ବିଶେଷ କରି ମଥାରେ ସିନ୍ଦୂର ଲଗାଇବା ବେଳେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶାସ୍ତ୍ର ଅନୁସାରେ ଠିକ ରୂପେ ସିନ୍ଦୂର ନ ଲଗାଇବା ଦ୍ୱାରା ସ୍ୱାମୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ସିନ୍ଦୂର ପିନ୍ଧିବା ଦ୍ୱାରା ଜଣେ ନାରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ। ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବା ସହ ସ୍ୱାମୀଙ୍କ ଆୟୂଷ ବୃଦ୍ଧି ହୋଇଥାଏ। ସ୍ୱାମୀଙ୍କ ରୋଜଗାରରେ ମଧ୍ୟ ବୃଦ୍ଧି ହୋଇଥାଏ।

ବିଭିନ୍ନ ଆଙ୍ଗୁଠିରେ ସିନ୍ଦୂର ଲଗାଇବା ବିଭିନ୍ନ ଫଳ ପ୍ରାପ୍ତି ହୋଇଥାଏ। ସିନ୍ଦୂର ସର୍ବଦା ମଥାର ମଧ୍ୟ ଭାଗରେ ଲଗାଇବା ଉଚିତ।
ସିନ୍ଦୂର ଲଗାଇବା ବେଳେ ପଶ୍ଚିମ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଠିରେ ଲଗାଇବା ଦ୍ୱାରା ଅର୍ଥ ଓ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।


ସିନ୍ଦୂର ଲଗାଇବା ବେଳେ ଉତ୍ତର ଦିଗକୁ ମୁହଁ କରି ତର୍ଜନୀ ଆଙ୍ଗୁଠିରେ ଲଗାଇବା ଦ୍ୱାରା ଜ୍ଞାନ ବୃଦ୍ଧି ହୋଇଥାଏ।
ପୂର୍ବ ଦିଗକୁ ମୁହଁ କରି ମଧ୍ୟମା ଆଙ୍ଗୁଠିରେ ସିନ୍ଦୂର ଲଗାଇବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

Leave A Reply