ସିନ୍ଧୁ ନଦୀ ଜଳ ବଣ୍ଟନ ରାଜିନାମା ବିଷୟରେ ଲାହୋରରେ ଆଲୋଚନା କରିବେ ଭାରତ ଓ ପାକିସ୍ତାନ

0

ନୂଆଦିଲ୍ଲୀ.- ସିନ୍ଧୁ ନଦୀର ଜଳ ବିବାଦ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମା ବିଷୟରେ ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି । ଅଗଷ୍ଟମାସ ୨୯-୩୦ ତାରିଖରେ ପାକିସ୍ତାନର ଲାହୋରରେ ଏହି ବୈଠକ ଅନୁଷ୍ଠିତ ହେବାର ଅଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମରାନ୍‌ ଖାନ୍‌  ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ବୈଠକ ।

ଭାରତ ସିନ୍ଧୁ ନଦୀ ଉପରେ ନିର୍ମାଣ କରୁଥିବା ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପ  ବିଷୟରେ ପାକିସ୍ତାନ ଆପତ୍ତି ଉଠାଇବାର ସମ୍ଭାବନା ରହିଛି । ଏହି ନିର୍ମାଣ କରି ଦ୍ୱାରା ଭାରତ ରାଜିନାମାର ଖିଲାପ କରୁଛି ବୋଲି ପୂର୍ବରୁ ପାକିସ୍ତାନ ଅଭିଯୋଗ କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ବିବାଦକୁ ନେଇ ଏହା ୧୧୫ତମ ବୈଠକ ।

ସିନ୍ଧୁ ଜଳ କମିଶନର  ପିକେ ସକ୍ସସେନାଙ୍କ ନେତୃତ୍ୱରେ ୯ ଜଣିଆ  ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଆଲୋଚନା ପାଇଁ ଯିବେ । ପାକିସ୍ତାନ ପ୍ରତିନିଧି ମଣ୍ଡଳର ଅଧ୍ୟକ୍ଷତା  ମହମ୍ମଦ ମେହେର ଅଲି ଶାହ କରିବେ । ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ  ସିନ୍ଧୁ ଜଳ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।

Leave A Reply