ଗାଁ ଗାଁ ବୁଲି ସମସ୍ୟା ବୁଝୁଛନ୍ତି ବିଧାୟକ ସନ୍ତୋଷ ସିଂ ସଲୁଜା

ସିନ୍ଦେକେଲା: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଦେକେଲା ପଞ୍ଚାୟତର ଗାଁ ଗାଁ ବୁଲି ବିଧାୟକ ସନ୍ତୋଷ ସିଂ ସଲୁଜା ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ବିଧାୟକ ସଲୁଜା ସିନ୍ଦେକେଲା ପଦରପଡାରେ ପାନୀୟ ଜଳ ପହଞ୍ଚି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଯେଉଁ ଜାଗାରେ ପାଇପ ରେ ଲିକେଜ ଥାଇ ପାଣି ଆଗକୁ ଯାଇ ପାରୁ ନାହିଁ ପାଇପ କୁ ବାହାର କରି ଯାଞ୍ଚ କରି ତୁରନ୍ତ ମରାମତି କରିବା ପାଇଁ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରଶାଦ ମହାନ୍ତିଙ୍କୁ ଆଦେଶ ଦେଇଥିଲେ। ସେଠାରୁ ଧାନ ମଣ୍ଡିକୁ ଯାଇ ସେଠାରେ କିଭଳି ଭାବରେ ଚାଷୀଙ୍କ ଠାରୁ ଧାନ କିଣା ଯାଉଛି ପେକ୍ସ ସମ୍ପାଦକ ଘାସି ରଣାଙ୍କ ଠାରୁ ବୁଝି କଟନି ନ କରିବା ପାଇଁ କହିଥିଲେ। ସିନ୍ଦେକେଲା ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ ସାଲେମୁଡଗା, ଭତାସର, ଜଡାମୁଡା, ତେଲସରାଇ, ପୁଟୁପଡା, ଲୁହୁରାପାଲି ଆଦି କୁ ଯାଇ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ପାନୀୟ ଜଳ , ରାସ୍ତାଘାଟ ମରାମତି ଆଦି ସଂପର୍କରେ ବୁଝି ତାର ସମାଧାନ କରାଯିବ ବୋଲି କହିଥିଲେ। ବିଧାୟକଙ୍କ ସହ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଭୋଲାନାଥ ବେହେରା, ଜିଲା ପରିଷଦ ସଦସ୍ୟା ଛନ୍ଦାରାଣି ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.