ସୀମାନ୍ତରେ ବନ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ

ସିନାପାଲି : ନୂଆପଡ଼ା ଜିଲା ସିନାପାଲି ସୀମାକୁ ଲାଗି ରହିଖିବା ଛତିଶଗଡ଼ ରାଜ୍ୟର ମେନପୁର୍​ଥ ନା ଅଞ୍ଚଳରେ ମାଓବାଦୀ ମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ସଶସ୍ତ୍ର ମାଓବାଦୀମାନେ ଅମାମୋରା ଗ୍ରାମର ପର୍ଶୁରାମ ଭୁଞ୍ଜିଆ (୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ପରେ ଯୁବକ ଜଣକ ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଳାକୁ ଯାଇଥିବା ବେଳେ ସେଠାରୁ ମାଓବାଦୀମାନେ ଅପହରଣ କରି ନେଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ପର୍ଶୁରାମ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ।

 

କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା। ମାଓବାଦୀମାନେ ୧୬ ତାରିଖରେ ମୃତକଙ୍କ ଶବକୁ ଗଁା ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସେଠାରେ କିଛି ମାଓବାଦୀ ଫୋଷ୍ଟରରେ ଏସ୍‌ଡିକେ, ସୁନାବେଡ଼ା, ଧରମବନ୍ଧା ଓ କୋୟଲିବେଡ଼ା ଖୋଲି, ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ଏହାପରେ କମ୍ବି ଅପରେସନ୍‌ ଜୋରଦାର କରାଯାଇଛି ବୋଲି ମେନପୁର୍ ଥାନା ଅଧିକାରୀ ସ​‌େ​‌ତ୍ୟନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି। ପୁଲିସର ସୂଚନା ଅନୁଯାୟୀ ପର୍ଶୁରାମ ଭୁଞ୍ଜିଆ ବନ ବିଭାଗ କାର୍ଯ୍ୟାଳୟରେ କାମ କରୁଥିଲେ। ଓ ଆଠ ହଜାର ଟଙ୍କା ଦରମା ପାଉଥିଲେ। ସେ ତିନି ଥର ମାଓବାଦୀ ଶିବିରକୁ ଠାବ କରାଇଥିଲେ।

Comments are closed.