ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର ; ଚାଳକ ମୃତ , ୮ ବସ୍ତା ଦେଶୀ ମହୁଲି ଜବତ

ସିମୁଳିଆ : ବାଲେଶ୍ଵର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟରେ ବୁଧବାର ଏକ କାର ଭାରସାମ୍ୟ ହରାଇ ନୟନ ଜୋରୀ ପାଣିରେ  ଓଲଟି ପଡିଥିଲା । ଘଟଣାସ୍ଥଳରୁ ସ୍ଥାନୀୟଲୋକେ  ସେଥିରେ ଥିବା ଡ୍ରାଇଭରକୁ  ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ମୃତକ ଜଣଙ୍କ ବାଲେଶ୍ଵର ଫକୀରମୋହନ ନଗର ଅଂଚଳର ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି କାରଟିକୁ ଉଦ୍ଧାର କରିବା ସହ ସେଥିରୁ ୮ବସ୍ତା ଦେଶୀ ମହୁଲି ମଦ ଜବତ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇି ପୁଲିସ ତଦନ୍ତ ଜାରି ରଖିଛନ୍ତି ।

Comments are closed.