ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ସିମୁଳିଆ: ବାଇକ ଯୋଗେ ସୋରରୁ ଘରକୁ ଫେରିବା ବାଟରେ ୧୬ନଂ ଜାତୀୟ ରାଜପଥରେ ଅଜଣା ଗାଡି ସହ ଧକ୍କା ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଞ୍ଚାୟତର ସାନ ସହିଗାଁ ଗ୍ରାମର କାହ୍ନୁ ଚରଣ ଶଙ୍ଖୁଆଙ୍କ ପୁଅ ବଳରାମ ବାଇକ ସୋରରୁ ୧୬ନଂ ଜାତୀୟ ରାଜପଥ ଦେଇ ଘରକୁ ଫେରିବା ବାଟରେ ଚପ୍ରପଦା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥାନରେ ବଲରାମର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

Comments are closed.