କ​‌ରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ: ସିମୁଳିଆ ବିଡ଼ିଓଙ୍କ ପରଲୋକ

କରୋନା ନେଇଛି ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଚିକିତ୍ସାଧୀନ ଅବସ୍ଥାରେ ଓଏଏସ୍ ଅଧିକାରୀ ତଥା ସିମୁଳିଆ ବିଡ଼ିଓ ନରହରି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଗତ ସେପ୍ଟେମ୍ବର ୧୭ ତାରିଖରେ ସେ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଜଣେ ଭଲ ଲେଖକ ମଧ୍ୟ ଥିଲେ । ତାଙ୍କର ପରଲୋକରେ ଓଏଏସ୍ ସଂଘ ସଭାପତି ସରୋଜ ସାମଲ, ଉପସଭାପତି ବିଜୟ ସ୍ବାଇଁ ଶୋକ ପ୍ରକାଶ କରିଛନ୍ତି ।

Comments are closed.