ଜାଣନ୍ତୁ, କେଉଁ ମନ୍ଦିରର ଚଟାଣରେ ଶୋଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ

0

ଭାରତରେ ରହିଥିବା ଅନେକ ମନ୍ଦିର ଯେଉଁଠାରେ ଚତ୍ମକାର ସହ ସମ୍ବନ୍ଧିତ ଅନେକ ମାନ୍ୟତା ପ୍ରଚଳିତ ହେଉଛି। ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ନିଃସନ୍ତାନ ମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ମନ୍ଦିର ହିମାଚଳ ପ୍ରଦେଶର ଦୁର୍ଗମ ପାହାଡ ମଧ୍ୟରେ ଥିବା ସିମସ ନାମକ ଗ୍ରାମରେ ଅବସ୍ଥିତ। ଏହି ମନ୍ଦିରର ମାନ୍ୟତା ଅନୁଯାୟୀ, ନିଃସନ୍ତାନ ମହିଳାମାନେ ମନ୍ଦିରର ଚଟାଣରେ ଶୋଇବା ଦ୍ୱାରା ଗର୍ଭବତୀ ହୋଇଥାନ୍ତି।ଅନ୍ୟ ଏକ ମାନ୍ୟତା ଅନୁଯାୟୀ, ଦେବୀ ନିଜେ ସ୍ୱପ୍ନରେ ଆସି ନିଃସନ୍ତାନ ମହିଳାମାନଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଆଶୀର୍ବାଦ ଦେଇଥାନ୍ତି। ଏବଂ ମହିଳାମାନଙ୍କୁ ସନ୍ତାନ ସୁଖ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ହିମାଚଳର ସିମସରେ ଅବସ୍ଥିତ ମନ୍ଦିରକୁ ସନ୍ତାନଦାତ୍ରୀ ନାମରେ ଜଣା ଯାଇଥାଏ। ନବରାତ୍ରୀରେ ଏଠାରେ ସଲିନ୍ଦରା ଉତ୍ସବ ପାଳନ କରାଯାଏ। ସଲିନ୍ଦରା ଉତ୍ସବର ଅର୍ଥ ‘ସ୍ୱପ୍ନରେ ଆସିବା’। ଏହି ସମୟରେ ନିଃସନ୍ତାନ ମହିଳାମାନେ ମନ୍ଦିରର ଚଟାଣରେ ଦିନରାତି ଶୋଇଥାନ୍ତି। କୁହାଯାଇଛି ଯେ ଏପରି କରିବା ଦ୍ୱାରା ମହିଳାମାନେ ଶୀଘ୍ର ଗର୍ଭବତୀ ହୋଇଯାଆନ୍ତି। ମାନ୍ୟତା ଅନୁଯାୟୀ, ମା ସିମସା ସ୍ୱପ୍ନରେ ମହିଳାଙ୍କୁ ସନ୍ତାନ ପାଇଁ ଗୋଟିଏ ଫଳ ଦେଇଥାନ୍ତି। ସେହି ଫଳ ଦ୍ୱାରା ମହିଳାଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଆଶୀର୍ବାଦ ମିଳିଥାଏ।ବିଶ୍ୱାସ ରହିଛି ଯେ, ସେହି ଫଳ ଦ୍ୱାରା ସନ୍ତାନ ପୁତ୍ର କିମ୍ବା କନ୍ୟା ଜାଣି ହୋଇଥାଏ। କୁହାଯାଇଛି ଯେ, ଯେଉଁ ମହିଳାମାନେ ନିଃସନ୍ତାନ ହେବାର ସ୍ୱପ୍ନରେ ଦେଖିବା ପରେ ମଧ୍ୟ ସେହି ମନ୍ଦିରକୁ ଯାଆନ୍ତି ନାହିଁ, ସେହି ମହିଳାମାନଙ୍କ ଶରୀରରେ ଲାଲ ଦାଗର ଚିହ୍ନ ହୋଇଯାଏ।

Leave A Reply