MEllora 950×100

ଚୁଟ୍‌‌କିରେ ସଫା ହେବ ଏସବୁ ଦାଗ

ଅନେକ ସମୟରେ ପୋଷାକ ହେଉ ଅଥବା ଅନ୍ୟାନ୍ୟ ଜିନିଷରେ ଏଭଳି କିଛି ଦାଗ ରହିଯାଏ, ଯାହା ସହଜରେ ଛାଡିନଥାଏ। ତେଣୁ ଏସବୁ ଦାଗ ଅନେକ ସମୟରେ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। ଜାଣନ୍ତୁ ଏଭଳି କିଛି ସରଳ ଉପାୟ, ଯାଦ୍ୱାରା ଏହି ସବୁ ଦାଗ ସହଜରେ ଛାଡି ପାରିବ..
ପୋଷାକପତ୍ର ହେଉ କିମ୍ବା ବେଡ୍‌ସିଟ୍, ଚାଦରରେ ଦାଗ ଲାଗିଗଲେ, ତାହାକୁ ଛଡ଼ାଇବା ମୁସ୍କିଲ୍  ଅଟେ। ଏସବୁ ଦାଗ ଦୂର କରିବା ନିମନ୍ତେ କେତୋଟି ସରଳ ଉପାୟ ଅବଲମ୍ବନ କରନ୍ତୁ..
ଚା’ର ଜିଦିଆ ଦାଗ ଛଡ଼ାଇବାକୁ ହେଲେ ପୋଷାକରେ ବେକିଂ ସୋଡ଼ା ଲଗାଇ ୩୦ ମିନିଟ୍ ପରେ ଧୋଇନେବେ। ନଚେତ୍ ଚା’ ଲାଗିଥିବା କପଡ଼ାରେ ଦାନ୍ତଘଷା ପେଷ୍ଟ ଲଗାଇ ୧୫ ମିନିଟ୍ ପରେ ସଫା କରି ଦିଅନ୍ତୁ।
ଲିପ୍‌ଷ୍ଟିକ୍ ଦାଗ ଛଡ଼ାଇବା ପାଇଁ କପଡ଼ାକୁ ଗରମ ପାଣିରେ କିଛି ସମୟ ବତୁରାଇନେବେ। ପୋଷାକରେ ହଳଦୀ ଦାଗ ଲାଗିଲେ, ବେସନ ଘୋଳ ତିଆରି କରି ସେହି ସ୍ଥାନରେ ଲଗାଇବେ। ଦାଗ ଗାଢ଼ା ହୋଇଥିଲେ, ସ୍ପିରିଟ୍‌ର ସହାୟତା ନିଅନ୍ତୁ।
କପଡ଼ାରେ ମାଟିର ଦାଗ ଲାଗିଥିଲେ, ଗୋଟିଏ ଛୋଟ ପାତ୍ରରେ ୧ଚାମଚ ଲୁଗା ସଫା ପାଉଡର ନେଇ ପାଣି ଅଳ୍ପ ମିଶାଇ ଗାଢ଼ା ପେଷ୍ଟ କରିବେ। ସେହି ମିଶ୍ରଣକୁ ଦାଗ ଲଗା କପଡ଼ା ଉପରେ ଲଗାଇ ୫-୭ ମିନିଟ୍ ଛାଡ଼ି ପରେ ସଫା କରିବେ।
ଝାଳର ଦାଗ ପୋଷାକରେ ଲାଗିଥିଲେ, ତାହାକୁ ଦୂର କରିବା ପାଇଁ ବେକିଂ ସୋଡା ଓ ପାଣିର ମିଶ୍ରଣକୁ ପୋଷାକରେ ଲଗାଇ  ୩୦ ମିନିଟ୍ ପରେ ପୋଷାକକୁ ସଫା କରି ଦିଅନ୍ତୁ।

Comments are closed.