ସୌଭାଗ୍ୟ ଓ ସୁଖସମୃଦ୍ଧିର ବୃଦ୍ଧି କରିଥାଏ ଏହି ସରଳ ଉପାୟ

ବାସ୍ତୁରେ କେତେକ ସାଧାରଣ ଟିପ୍ସ ବିଷୟରେ କୁହାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ଜୀବନରେ ସୌଭାଗ୍ୟ ଓ ସୁଖସମୃଦ୍ଧିର ବୃଦ୍ଧି ହୋଇଥାଏ। ଜାଣନ୍ତୁ ………
୧- ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ମାନସିକ , ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
୨ – ଚାଲିବା ଅବସ୍ଥାରେ ଆଦୌ ସୁନା କିମ୍ବା ଅନ୍ୟ କୌଣସି ଅଳଙ୍କାର ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ସହ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
୩ – ପୂର୍ବ କିମ୍ବା ଉତ୍ତର ଦିଗରେ ଗହଣା ପିନ୍ଧନ୍ତୁ। ଏହା ଶୁଭଫଳ ପ୍ରଦାନ କରିବା ସହ ଏହାଦ୍ୱାରା ମାନ ଯଶ ବୃଦ୍ଧି ହୋଇଥାଏ।
୪- ଘରର ପଶ୍ଚିମ ଓ ଦକ୍ଷିଣ ଦିଗରେ ଅଇନା ରଖନ୍ତୁ ନାହିଁ। ଏହାଦ୍ୱାରା ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।
୫- ଘରକୁ ସର୍ବଦା ସଫାସୁତୁରା ରଖିବା ସହ ଜିନିଷ ଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ। ଏହାଦ୍ୱାରା ସମସ୍ତ କାର୍ୟ୍ୟରେ ପ୍ରଗତି ସହ ସଫଳତା ମିଳିଥାଏ।
୬ – ଯେଉଁ ଔଷଧ ବ୍ୟବହାର ଉପଯୋଗୀ ନୁହେଁ , ତାହାକୁ ରାତି ସମୟରେ ପକାଇ ଦିଅନ୍ତୁ। ଏହାଦ୍ୱାରା ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ।
୭- ଅନାବଶ୍ୟକ ଲୁଗାପଟା , ଭଙ୍ଗା ଜିନିଷ ଘରେ ରଖନ୍ତୁ ନାହିଁ।
ଘରର ରୋଷେଇ ଘର ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
– ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।
– ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ।
– ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ।
– ଏହା ଘରେ ସୁଖଶାନ୍ତିର ବାତାବରଣ ରଖିଥାଏ।
– ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ପଡ଼ିଥାଏ।
– ଘରେ ଚାଲୁଥିବା ଅଣ୍ଡାକାର, ଅଷ୍ଟଭୁଜାକାର, ଷଡ଼ଭୁଜାକାର ଘଣ୍ଟା ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର ବ୍ୟବହାର କରନ୍ତୁ।

Comments are closed.