ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତୃ ବିୟୋଗ, ୨୦ ମହଲାରୁ ଖସି ପଡ଼ିଲେ

ଗୁରୁଗ୍ରାମ: ଦେଶର ପ୍ରସିଦ୍ଧ ଓୟୋ ରୁମ୍ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ପରଲୋକ ଘଟିଛି। ସୂଚନା ମୁତାବକ, ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଛି। ଦିନ ପ୍ରାୟ ୧ଟା ସମୟରେ ପୁଲିସ ଡିଏଲଏଫ ସୁରକ୍ଷା ଟିମ୍‌ ପକ୍ଷରୁ ସୂଚନା ପାଇଥିଲା ଯେ, ଗୁରୁଗ୍ରାମର ସେକ୍ଟର ୫୪ ସ୍ଥିତ ଡିଏଲଏଫର ଦି କ୍ରେଷ୍ଟ ସୋସାଇଟିର ୨୦ ମହଲାରୁ ଜଣେ ବ୍ୟକ୍ତି ଖସି ପଡିଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପାରସ ହସ୍ପିଟାଲକୁ ନିଆଯାଇଛି। ପରେ ଏହା ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣକ ଓୟୋ ରୁମର ପ୍ରତିଷ୍ଠାତାଙ୍କ ପିତା।

 

Comments are closed.