ମଙ୍ଗଳବାର ମୁହଁରେ ଲଗାନ୍ତୁ ମହୁ, ସର, ଲେମ୍ବୁ ରସ

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା। ଘରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରିବେ। ତ୍ୱଚାକୁ ଉଜ୍ଜ୍ୱଳ ଓ ଗୋରା କରିପାରିବେ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ଯାହାକୁ ବାର ଅନୁଯାୟୀ ବ୍ୟବହାର କରିବେ ………
ସୋମବାର – ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ, ବେସନ, ସରକୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।
ମଙ୍ଗଳବାର – ରାତିରେ ଶୋଇବା ପୂର୍ବରୁ ମହୁ, ସର, ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
ବୁଧବାର – ଏଲୋବେରା ଜେଲରେ ଭିଟାମିନ ଇ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ।
ଗୁରୁବାର – ବାଦାମକୁ ବତୁରାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ସର ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
ଶୁକ୍ରବାର – ୧ ଚାମଚ ମସୁର ଡ଼ାଲିର ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ସର ମିଶାଇ ସମ୍ପୂର୍ଣ୍ଣ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
ଶନିବାର – ଚିନି ଓ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାଇ ସ୍କ୍ରବ କରନ୍ତୁ। ଏହାପରେ ମୁହଁ ଧୋଇ , ସର ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
ରବିବାର – ଟମାଟୋ ରସ, ବେସନ, ସରକୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖି ମୁହଁ ଧୋଇ ଦିଅନ୍ତୁ।
ଏହି ସମସ୍ତ ଫେସ ପ୍ୟାକ ଲଗାଇବା ପରେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

Comments are closed.