MEllora 950×100

ପିତ୍ତଳ ବାସନର ଏପରି କରନ୍ତୁ ବ୍ୟବହାର ; ହେବନାହିଁ ଧନଅଭାବ

ବହୁ ପୁରାତନ ସମୟରୁ ପିତ୍ତଳର ବ୍ୟବହାର କରାଯାଉଛି। ଅଧିକାଂଶ ସମୟରେ ଲୋକେ ପିତ୍ତଳ ବାସନର ବ୍ୟବହାର ପୂଜାପାଠ ପାଇଁ କରିଥାଆନ୍ତି। ସେହିପରି ପ୍ରାଚୀନ ସମୟରେ ପିତ୍ତଳ ଓ ରୁପା ବାସନର ବ୍ୟବହାର ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ କରାଯାଉଥିଲା। ପିତ୍ତଳ ବାସନର ବ୍ୟବହାର ଖାଦ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ଓ ଜ୍ୟୋତିଷ ଶାସ୍ତ୍ରରେ ଉଭୟରେ ଏହାର ବିଶେଷତ୍ୱ ବର୍ଣ୍ଣନା କରାଯାଇଛି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।
ମାନ୍ୟତା ଅନୁଯାୟୀ, ପିତ୍ତଳ ଧାତୁ ସବୁଠାରୁ ଶୁଦ୍ଧ। ଶାସ୍ତ୍ର ଅନୁଯାୟୀ, ପିତ୍ତଳ ବାସନରେ ଖାଦ୍ୟ ଖାଇବା ଦ୍ୱାରା ଓ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେ ଧନ ରୋଜଗାର କଲେ ମଧ୍ୟ ନିଅଣ୍ଟ ହେଉଥିଲେ, ଅଯଥାରେ ଖର୍ଚ୍ଚ ହେଉଥିଲେ, ଅଭାବ ଲାଗି ରହୁଥିଲେ,ସୁଖସମୃଦ୍ଧି ଓ ସମ୍ପନ୍ନତା ପାଇଁ ପୂର୍ଣ୍ଣିମା ଦିନ ଶୁଦ୍ଧ ଦେଶୀ ଘିଅ ପିତ୍ତଳର କଳସରେ ଭର୍ତ୍ତି କରି ଭଗବାନ କୃଷ୍ଣଙ୍କୁ ଅର୍ପଣ କରନ୍ତୁ। ଏହାପରେ ଏହାକୁ କୌଣସି ଅସହାୟଙ୍କୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଘରେ ଆଦୌ ଧନର ଅଭାବ ହୋଇନଥାଏ।
ଜାତକରେ ବୃହସ୍ପତି ଗ୍ରହଙ୍କ ସ୍ଥିତି ଦୁର୍ବଳ ଥିଲେ, ମଜଭୂତ କରିବା ପାଇଁ ବ୍ୟକ୍ତିଙ୍କୁ ପିତ୍ତଳର ବାସନର ବ୍ୟବହାର କରିବା ଉପକାରୀ। ଏପରି କରିବା ଦ୍ୱାରା ଜାତକରେ ବୃହସ୍ପତି ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିତ୍ତଳ ବାସନରେ ବୃହସ୍ପତିଙ୍କ ପ୍ରଭାବ ରହିଥାଏ।
ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ,ଧନର ଅଭାବ ହେଉଥିଲେ, ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ଓ କୃପା ପାଇଁ ଶୁକ୍ରବାର ପିତ୍ତଳ ଦୀପରେ ଶୁଦ୍ଧ ଦେଶୀ ଘିଅର ଦୀପ ଲଗାଇ ମା’ଲକ୍ଷ୍ମୀଙ୍କ ନିକଟରେ ଆଳତୀ କରନ୍ତୁ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଟଙ୍କାର ଅଭାବ ହୋଇନଥାଏ।

Comments are closed.