ପରଦାକୁ ଆସିଲା ‘ସିମ୍ବା’

0

ମୁମ୍ବଇ : ରଣବୀର ସିଂହ ଓ ସାରା ଅଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସିମ୍ବା’ ଶୁକ୍ରବାର ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର କରଣ ଜୋହର ଓ ଅପୂର୍ବା ମେହତା ବହନ କରିଛନ୍ତି। ‘ସିମ୍ବା’ ୨୦୧୫ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ଟେମ୍ପର’ ର ହିନ୍ଦୀ ରିମେକ୍‍।

ଚଳଚ୍ଚିତ୍ରରେ ରଣବୀର ଓ ସାରାଙ୍କ ବ୍ୟତୀତ ସୋନୁ ସୁଦ୍‍, ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଝଲକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ‘ସିମ୍ବା’ର ବଜେଟ୍‍ ୮୦କୋଟି ରହିଛି। ଏହାକୁ ୪୦୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

ଟ୍ରେଡ଼୍‍ ଆନାଲିଷ୍ଟଙ୍କ କହିବା ଅନୁସାରେ, ‘ସିମ୍ବା’ ବକ୍ସ ଅଫିସରେ ପ୍ରଥମ ଦିନ ୧୮-୨୫କୋଟି ଆୟ କରିବାର ଆଶା କରାଯାଉଛି। ସେହିପରି ରବିବାର ସୁଦ୍ଧା ଚଳଚ୍ଚିତ୍ର ୭୫ରୁ ୮୦କୋଟି ପର୍ଯ୍ୟନ୍ତ ଆୟ କରିବାର ଅନୁମାନ କରାଯାଉଛି।

Leave A Reply