ଶିମିଳିପାଳ ଜାତୀୟ ଉଦ୍ୟାନରୁ ମୃତ ହାତୀ ଶାବକ ଉଦ୍ଧାର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଯଶିପୁର ରେଞ୍ଜ ଅନ୍ତର୍ଗତ ଯଶିପୁରଠାରୁ ୧୮ କିମି ଦୂର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜାମୁଆଣି ସେକ୍ସନର  ରାଜପାଳ ଗ୍ରାମ ନିକଟରେ ଆଜି ଏକ  ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା l ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟରେ ଏ ଖବର ପହଞ୍ଜିବା ପରେ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ l ଶିଶୁ ହାତୀ ଛୁଆର ବୟସ ୨/୩ ବର୍ଷ ହୋଇଥିବା ଜଣlପଡିଛି l ଯଶିପୁର ବ୍ଲକର ପଶୁ ଚିକିତ୍ସକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଥିଲେ l ହାତୀ ଶାବକର ମୃତ୍ୟୁ ଆନ୍ଥ୍ରାକ୍ସ ଜନିତ ହୋଇଥିବା ସନ୍ଦେହ କରୁଥିବାବେଳେ ପ୍ରକୃତ ଘଟଣା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ l ତେଣୁ ମୃତଦେହକୁ ବ୍ୟବଚ୍ଛେଦ ପରେ ପୋଡି ଦିଆଯାଇଥିବା ସୂଚନା ମିଳିଛି l ତେବେ ବନବିଭାଗର ଅଧିକ ତଦନ୍ତ ଜାରି ରହିଛି।

Comments are closed.