ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ଖୁଣ୍ଟା : ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟ ଭିତରୁ ଶିକାର ପାଇଁ ଯାଇଥିବା ଦୁଇଜଣଙ୍କୁ ବନ କର୍ମଚାରୀମାନେ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୁଣ୍ଟା ଥାନା ଅଧୀନ ଖଣ୍ଡାବୁଡା ଗ୍ରାମର ସାନିଆ ସିଂ(୧୮) ଓ ମୁରୁଡ଼ା ଥାନା ଅଧୀନ ଘୋଲମୁହାଁର ଗୋବର ସିଂ(୩୪)। ଅଭୟାରଣ୍ୟର ସାଞ୍ଜ କଂପାର୍ଟମେଂଟ ନଂ ୫ ଅଞ୍ଚଳରେ ଉଭୟ ଅଭୁଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଶିକାର ପାଇଁ ଉଦ୍ଦିଷ୍ଟ ଜାଲ, ଧନୁତୀର ଆଦି ସାମଗ୍ରୀ ଜବତ କରାଯାଇ ଥିବା ରେଞ୍ଜର ଅନନ୍ତ ଜେନା କହିଛନ୍ତି।

Comments
Loading...