ପର୍ଯ୍ୟଟକମାନଙ୍କ ନିମନ୍ତେ ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ଚଳିତ ବର୍ଷ ଜୁନ ୧୫ରୁ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ। ବର୍ଷା ଋତୁ ପାଇଁ ପ୍ରତ୍ୟେକ ବର୍ଷ ଭଳି ଜୁନ ୧୫ ତାରିଖଠାରୁ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ଉପ-କ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିକହିଛନ୍ତି। ବର୍ଷା ଋତୁ ସମୟରେ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷାରେ ରାସ୍ତା ଘାଟ ଧୋଇ ନଷ୍ଟ ହେବା ସହ ବଡ଼ବଡ଼ ଗଛ ଉପୁଡି ପଡ଼ିଥାଏ। ଫଳରେ ଅଭୟାରଣ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ସେହି ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ପ୍ରତି ବିପଦ ରହିଥିବାରୁ ବର୍ଷା ଋତୁ ଆସିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ଅନୁମତି ମିଳିନଥାଏ।

Comments are closed.