ଖୋଲିଲା ଶିମିଳିପାଳ ଅଭୟାରଣ୍ୟ : ଲାଗୁ ହେଲା ନୂଆ ନିୟମ

0

ବାରିପଦା: ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଯାତାୟତରେ ବାଧା ଉପୁଜିବାରୁ କିଛିଦନ ପାଇଁ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା।
ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍‍ ଏବଂ ଜଶିପୁର କାଳିଆମି ଗେଟ୍‍ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି। ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ପ୍ରଥମ ଦିନରେ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ଶିମିଳିପାଳରେ ଆଜି ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ, ଏଠାକୁ ପ୍ରତିଦିନ ପିଠାବଟା ଗେଟ୍‍ ଦେଇ ୨୫ଟି ଓ କାଳିଆମି ଗେଟ୍‍ ଦେଇ ୩୫ଟି ଗାଡ଼ି ଆସିବାକୁ ଅନୁମତି ମିଳିବ। ଏଥିସହିତ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଳାଷ୍ଟିକର ବ୍ୟବହାରକୁ ନିଷେଧ କରାଯାଇଛି। ପର୍ଯ୍ୟଟକମାନେ ରନ୍ଧା ଖାଦ୍ୟ ନେଇ ଅଭୟାରଣ୍ୟ ଭିତରକୁ ଯାଇପାରିବେ। ହେଲେ ସେମାନେ ଆମିଷ ଖାଦ୍ୟ ନେଇ ଭିତରକୁ ଯାଇପାରିବେ ନାହିଁ। ଏହାକୁ ନେଇ ନିଷେଧାଦେଶ ଜାରି କରାଯାଇଛି।

Leave A Reply