ଶିମିଳିପାଳରେ ସମ୍ବର ହତ୍ୟା – ୩ ଶିକାରୀ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମିଟୁଆଣି ସେକ୍ଟର ଅଞ୍ଚଳରେ ଥିବା ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଶିକାରୀମାନେ ଏକ ସମ୍ବରକୁ ମାରି ମାଂସ ଭାଗବଣ୍ଟା କରି ଗ୍ରାମକୁ ଫେରୁଥିବା ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗ ଓ ବନବିଭାଗ ମିଳତ ଭାବରେ ଚଢ଼ାଉ କରି ଶନିବାର ସକାଳୁ ୩ ଜଣ ଶିକାରୀ କୁ ଧରିବା ସହ ସେମାନଙ୍କ ଠାରୁ ୧କେଜି ମାଂସ ସହ ବ୍ୟବହୃତ ୬ଟି ଧନୁ ଓ ଏକ କୁରାଢ଼ୀ ଜବତ କରିଥିବା ବେଳେ ଅନ୍ୟ ୧୦ ଜଣ ସେଠାରୁ ଖସି ପଳାଇଥିବା ଜଣାପଡିଛି।

କୌଣସି ସୂତ୍ରରୁ ଖବର ପାଇ କର୍ମଚାରୀମାନେ ଶିକାରୀ ମାନଙ୍କୁ ଜଙ୍ଗଲ ବାହାରେ ଜଗିରହିଥିଲେ। ଶିକାରୀମାନେ ଶିକାର ସାରି ଦଳ ହୋଈ ଫେରୁଥିବା ସମୟରେ ମିଳିତ ଟିମ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ୩ଜଣ ଶିକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଧରା ପଡିଥିବା ଶିକାରୀମାନେ ହେଲେ ଘୋଡାବିନ୍ଧା ଗ୍ରାମର ମୁକୁନ୍ଦ ପୂର୍ତ୍ତି, ଖେଡ଼ିଆପୋଷି ଗ୍ରାମର ଶ୍ୟାମ ସୋରେନ ଓ ବୟା ସୋରେନ। ଏହି ଘଟଣାରେ ଠାକୁରମୁଣ୍ଡା ଥାନାରେ କେଶ ନଂ ୦୧ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଛି।

Comments are closed.