ରିଲିଜ୍‍ ହେଲା ‘ସିମ୍ବା’ର ଟ୍ରେଲର

0

ମୁମ୍ବଇ : ରଣବୀର ସିଂହ ଓ ସାରା ଅଲୀ ଖାନ ଅଭିନୀତ ଚଳଚ୍ଚିତ୍ର ‘ସିମ୍ବା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରକୁ ଜୁନିୟର ଏନଟିଆରଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଟେମ୍ପର’ ର ହିନ୍ଦୀ ରିମେକ୍‍ କୁହାଯାଉଥିଲେ ମଧ୍ୟ ଏଥିରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିଜସ୍ୱ ଶୈଳୀ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ‘ସିମ୍ବା’ର କାହାଣୀ ସମ୍ପୂର୍ଣ୍ଣ ଭାବେ ‘ଟେମ୍ପର’ ର କାହାଣୀ ସହ ସମାନ ନୁହେଁ।

ଚଳଚ୍ଚିତ୍ରରେ ରଣବୀରଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିଛି। କାହାଣୀ ବିଷୟରେ କହିବାକୁ ଗଲେ, ପିଲାଦିନରୁ ସିଂଘମ୍‍ ଭଳି ପୁଲିସ ଅଫିସର ହେବା ସିମ୍ବାର ଇଚ୍ଛା ଥିଲା। ହେଲେ ତା’ର ଲକ୍ଷ୍ୟ କର୍ତ୍ତବ୍ୟ ପରାୟଣତା ନୁହେଁ ବରଂ ଟଙ୍କା ରୋଜଗାର କରିବା ଥିଲା। ପରେ ଭଉଣୀ ଚରିତ୍ରର ପ୍ରବେଶ ପରେ କାହାଣୀ ବଦଳି ଯାଉଛି। ଲାଞ୍ଚ ନେଉଥିବା ପୁଲିସ ଅଫିସର ସିମ୍ବା ବଳାତ୍କାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପ୍ରତିଜ୍ଞାବଦ୍ଧ ହେଉଛି। ଚଳଚ୍ଚିତ୍ରରେ ଅଜୟ ଦେବଗାନଙ୍କ ଝଲକ୍‍ ମଧ୍ୟ ରହିଛି।

ଟ୍ରେଲରରେ ସାରାଙ୍କ ସମେତ ଅନ୍ୟ କିଛି ନାମୀ କଳାକାରଙ୍କୁ ଦେଖିବାକୁ ମିଳିଛି।

Leave A Reply