ଅଶ୍ୱ ଚାଳନାରେ ଭାରତକୁ ୨ଟି ରୌପ୍ୟ

0

ଜାକର୍ତ୍ତା : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ୮ମ ଦିନରେ ଭାରତ ୨ଟି ରୌପ୍ୟ ପଦକ ହାସଲ କରିଛି। ଅଶ୍ୱ ଚାଳନା(ଡିଆଁ)ରେ ଭାରତ ବ୍ୟକ୍ତିଗତ ଓ ଦଳଗତ ରୌପ୍ୟ ପଦକ ହାସଲ କରଛି।
ଫାଉଦ ମିର୍ଜ୍ଜା ଅଶ୍ୱ ଚାଳନା(ଡିଆଁ) ବ୍ୟକ୍ତିଗତ ବିଭାଗରେ ରବିବାର ସକାଳେ ପ୍ରଥମ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପରେ ଅଶ୍ୱ ଚାଳନା(ଡିଆଁ) ଦଳଗତ ବିଭାଗରେ ମଧ୍ୟ ଭାରତ ରୌପ୍ୟ ପଦକ ହାସଲ କରିଛି। ଏହି ୨ଟି ରୌପ୍ୟ ପଦକ ସହିତ ଭାରତର ପଦକ ସଂଖ୍ୟା ୩୧ରେ ପହଞ୍ଚିଛି । ଭାରତ ୭ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୭ ବ୍ରୋଞ୍ଜ ପଦକ ସହିତ ମୋଟ ୩୧ଟି ପଦକ ଜିତିତ ପଦକ ତାଲିକାର ନବମ ସ୍ଥାନରେ ରହିଛି।

Leave A Reply