ଟ୍ରମ୍ପଙ୍କ ସୁରକ୍ଷା ପାଇଁ ୫ ମାଙ୍କଡ଼ ; ରୁପା ଚାବି ଦେବ ଆଗ୍ରା ପ୍ରଶାସନ

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କ ତାଜ୍‌ମହଲ ପରିଦର୍ଶନ ସମୟରେ ୫ ମାଙ୍କଡ଼ ଉପସ୍ଥିତ ରହିବେ। ଏହି ସ୍ବତନ୍ତ୍ର ତାଲିମପ୍ରାପ୍ତ ମାଙ୍କଡ଼ମାନେ ଟ୍ରମ୍ପଙ୍କ ସୁରକ୍ଷାବାହିନୀରେ ସାମିଲ ଅଛନ୍ତି। ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆମେରିକାନ୍‌ ସି​‌େ​‌କ୍ରଟ ସର୍ଭିସେସ୍‌ର ସଦସ୍ୟ ହେଉଛନ୍ତି ଏହି ମାଙ୍କଡ଼।

 ରୁପା ଚାବି ଦେବ ଆଗ୍ରା ପ୍ରଶାସନ
ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କୁ ତାଜ୍‌ମହଲ ପରିଦର୍ଶନ ସମୟରେ ଏକ ରୁପା ଚାବି ଉପହାର ଦିଆଯିବ। ଆଗ୍ରା ପୌର ପ୍ରଶାସନ ପକ୍ଷରୁ ୬୦୦ଗ୍ରାମର ଏହି ଚାବି ପ୍ରସ୍ତୁତ କରାଯାଇଛି। ଆଗ୍ରାର ଫାଟକ ଖୋଲି ଏହି ଐତିହାସିକ ସହରକୁ ପ୍ରବେଶର ପ୍ରତୀକ ସ୍ବରୂପ ଏହି ଚାବି ଉପହାର ଦିଆଯିବ ବୋଲି ନଗରପାଳ ନବୀନ ଜୈନ୍‌ କହିଛନ୍ତି। ଟ୍ରମ୍ପ ୨୪ ତାରିଖରେ ଏକ ସ୍ବତନ୍ତ୍ର ବ୍ୟାଟେରିଚାଳିତ ବସ୍‌ରେ ତାଜ୍‌ମହଲ ପରିଦର୍ଶନ କରିବେ। ତାଙ୍କୁ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ମୋଗଲ ସମ୍ରାଟ ଶାହାଜହାଁ ଓ ମମତାଜ୍‌ଙ୍କର ପ୍ରତିକୃତି ଉପହାର ଦିଆଯିବ।

Comments are closed.