ସିଟି ପବ୍ଲିକ୍‍ ସ୍କୁଲ୍‍ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଟି ପବ୍ଲିକ୍‍ ସ୍କୁଲ୍‍ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଜାତା ଆଶର୍ଯ୍ୟ ମୁଖ୍ୟ ଅତିଥି ଓ ଗିତାଳି ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୀନପ୍ରଭା ରଥଙ୍କ ଦ୍ୱାରା ‘ମୀରା ଭଜନ’ ପରିବେଷଣ କରାଯାଇଥିଲା। ସଭାକାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସସ୍ମିତା କର ସଭା ପରିଚାଳନା କରିଥିବା ବେଳେ ଅର୍ଚ୍ଚନା ମୋମାନସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.