ରୁପା କିଲୋ ୫୦ ହଜାର ଟଙ୍କା ଟପିଲା, ସୁନା ୧୦ ଗ୍ରାମକୁ ୪୯ ହଜାର ପାଖାପାଖି

ନୂଆଦିଲ୍ଲୀ :ଲକ୍‌ ଡାଉନ୍‌ ସମୟରେ ଦେଶରେ ବଢ଼ିବାରେ ଲାଗିଛି ସୁନା ଏବଂ ରୁପା ଦର । ଏମିତିକି ଆଜି ରୁପା ମୂଲ୍ୟ ରେକର୍ଡ ୫୦,୦୦୦ ଟଙ୍କା ଅତିକ୍ରମ କରିଛି ।  ସୁନା ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଥିବା ଦେଖିବାକୁ ମିଳିଛି । ବୁଧବାର ରାଜଧାନୀ ନୂଆଦିଲ୍ଲୀଠାରେ ସୁନା ୧୦ ଗ୍ରାମ ପିଛା ୦.୪% ବୃଦ୍ଧି ଘଟି ୪୮,୯୮୨ ଟଙ୍କା ହୋଇଛି । ସେହିଭଳି ରୁପା କିଲୋ ପିଛା ୦.୮% ବୃଦ୍ଧି ଘଟି ୫୦,୭୭୯ ଟଙ୍କାରେ ପହଞ୍ଚିଛି । ଫଳରେ ରୁପା ଦର କିଲୋ ପିଛା ପ୍ରଥମ ଥର ପାଇଁ ରେକର୍ଡ ୫୦,୦୦୦ ଟଙ୍କା ଟପିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ଘଟିବା ଫଳରେ ଘରୋଇ ବଜାରରେ ଏହି ଧାତବ ପଦାର୍ଥ ମହଙ୍ଗା ହୋଇଛି ।  ବିଶ୍ବ ବଜାରରେ ଆଜି ସୁନା ଆଉନ୍ସ ପିଛା ୧୭୮୨.୨୧ ଡଲାର ଏବଂ ରୁପା ୧୮.୨୪ ଡଲାରରେ କାରବାର ହୋଇଛି ।

Comments are closed.