କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା

ଟିଟିଲାଗଡ଼ : ସମ୍ପ୍ରତି କରୋନା ମହାମାରି ନେଇ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ, ସରକାରି ଅଧିକାରୀ, କର୍ମଚାରୀ, ସରପଂଚ, ସାମ୍ବାଦିକ ପ୍ରମୁଖ କୋଭିଡ ଯୋଦ୍ଧା ଭାବରେ ସଂଗ୍ରାମ ସହ ଅନେକ ପ୍ରାଣବଳି ଦେଇଛନ୍ତି। ଏପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ରାଜ୍ୟବାସୀ କୋଭିଡ ଯୋଦ୍ଧାଙ୍କୁ ଆଜି ସମ୍ମାନ ପ୍ରଦର୍ଶନ ସହ ସହଯୋଗ ପାଇଁ ଶପଥ ପାଠ କରିଛନ୍ତି। ଏନେଇ ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ଉପସ୍ଥିତିରେ ସନ୍ଧ୍ୟା ୬ଟାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ନିରବ ପ୍ରାର୍ଥନା ସହ ଶପଥ ପାଠ କରିଛନ୍ତି। ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଶପଥ ପାଠ କରାଇଥିବା ବେଳେ ଉପଖଣ୍ଡ ପଂଚାୟତ ଅଧିକାରି ଅଞ୍ଜନ ଭଞ୍ଜନ ସାଗର, ଏସଏସଏସଓ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଭାରପ୍ରାପ୍ତ ଏସିଏସଓ ଅସିତ ମହାନ୍ତି, ରାଧାକାନ୍ତ ମହାନ୍ତି, ସତ୍ୟବ୍ରତି ଚୋପଦାର, ଜଗନ୍ନାଥ ଦାଶ, ମାଧୁରି ପଟ୍ଟନାୟକ, ଅନୁପମା ତ୍ରିପାଠୀ, ହେମନ୍ତ ବାଗ, ସୁରେଶ ସାହୁ, ଶ୍ୟାମ ସେଠ, ଜନ୍ମେଜୟ ପଟେଲ, ସଞ୍ଜୟ ବେଦବାକ, ମଧସୁଦନ ନାୟକ, ପଦ୍ମଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ କୋଭିଡ ଯୋଦ୍ଧା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ, ଡା. ପିକେ ପାଳ, ଡା. ବଳରାମ ସାହୁ, ଡା. ଓମକାର ହୋତା, ଡା. ସାର୍ଥକ ମିଶ୍ର, ଡା. ରଞ୍ଜିତ ରାଉତ, ଡା. ସତ୍ୟରଞ୍ଜନ ମଲ୍ଲିକ ତଥା କାର୍ଯ୍ୟାଳୟ କର୍ମଚାରୀ, ଏନଏଚଏମ କର୍ମଚାରୀ, ୱାର୍ଡ ସ୍ୱାସ୍ଥ୍ୟ କର୍ମି ଉପସ୍ଥିତ ଥିଲେ। କୋଭିଡ ଯୋଦ୍ଧା ପୁଲିସ ବାହିନୀ ପକ୍ଷରୁ ଏସଆଇ ସାବିତ୍ରୀ ଖାକା, ଏସଆଇ ମନୋଜ ମୁଣ୍ଡା, ଏଏସଆଇ ଅକୃର ପାତ୍ର, ଖାମସିଂ ମାଝୀ, ହାବିଲଦାର ଯୁବରାଜ ମିଶ୍ର, ଚୈତନ୍ୟ ବାଗ, ଭାନୁରାମ ବେହେରା, ହୀନ ବାରଲେବଡିଆ, ଗିତା ନାୟକଙ୍କ ସମେତ ଏପିଆର ବଳ ଉପସ୍ଥିତ ଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲଦାର ଆନନ୍ଦ ପଣ୍ଡା, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ବରିଷ୍ଠ କିରାଣୀ ରାଜେନ୍ଦ୍ର ନାୟକ, ଟିକେଲାଲ ବେହେରା, ରଶ୍ମି ସାହୁ, ଅର୍ଚ୍ଚନା ସେଠ, ଦିପା ନାୟକ, ଯୋଗେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟରେ ବିଡିଓ ନବିନ ଚନ୍ଦ୍ର ନାୟକ, ଏବିଡିଓ ମହେନ୍ଦ୍ର ପ୍ରଧାନୀ, ଜିପିଇଓ ଦାମ୍ବୋଦର ଦାଶ, ସହକାରି ନିର୍ବାହି ଯନ୍ତ୍ରୀ ରମେଶ ପ୍ରସାଦ ସିହ୍ନା, ସହକାରି ଯନ୍ତ୍ରୀ ନବିନ ଅଗସ୍ତି, କେଦାର ରାଓ, କନିଷ୍ଠ ଯନ୍ତ୍ରୀ ଅନନ୍ତ ପ୍ରସାଦ ବିିଡିକା, ବିଭୁତିଭୁଷଣ ନାୟକ, ରୋଜାଲିନ ପରିଡା, ବିରେନ୍ଦ୍ର ସିଂ, ଦାଶରଥି ମେହେର ତଥା ସିଡିପିଓ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେଡି ପକ୍ଷରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଅମରଜିତ ବାଗ, ଯୁଧିଷ୍ଠିର ବେହେରା, ପ୍ରମୋଦ ପଟ୍ଟନାୟକ, ବିଶ୍ୱଜିତ ପାତ୍ର, ରଘୁନାଥ ରଥ, କାଲିଚରଣ ପନୁଆ, କିଶୋର ସାହୁ, ନରେଶ ଅଗ୍ରୱାଲ, ବ୍ଲକ ବିଜେଡି ଯୁବ ସଭାପତି ସଞ୍ଜୟ ବେହେରା ପ୍ରମୁଖ ବହୁ ସଦସ୍ୟ, ସହରର ବୁଦ୍ଧିଜୀବୀ ନିଜ ନିଜ ଘରେ ତଥା ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଅନଲାଇନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିରବ ପ୍ରାର୍ଥନା ଏବଂ ଶପଥ ପାଠ କରିଛନ୍ତି।

Comments are closed.