ସଙ୍କୁଳ ଶିକ୍ଷା ପରିଷଦ ବୈଠକ

ବାଙ୍କୀ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନ୍ତର୍ଗତ ବାଙ୍କୀ ସଙ୍କୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ସ୍ଥାନୀୟ ତୁଳସୀପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଙ୍କୁଳ ପ୍ରମୁଖ ଧରଣୀଧର ସାହୁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତୁଳସୀପୁର ଶିଶୁ ମନ୍ଦିରର ସଭାପତି ରାଜ କିଶୋର ରାଉତଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି ପରିଷଦ ବୈଠକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଙ୍କୀ ସଙ୍କୁଳ ସଞ୍ଜୋଜକ ନରେଶ କୁମାର ମନ୍ତ୍ରୀ ବୈଠକକୁ ସଞ୍ଚାଳନ କରିଥିଲେ। ତୂଳସୀପୁର ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାଙ୍କୀ, ତୂଳସୀପୁର, ପଥୁରୀପଡ଼ା, ନିସ୍ତିପୁର, ଗୟଳବାଙ୍କ ଓ ବ୍ରହ୍ମପୁରା ଶିଶୁ ମନ୍ଦିରର ୩୫ଜଣ ଗୁରୁଜୀ ଗୁରୁମା ଯୋଗଦେଇଥିଲେ। ବିଦ୍ୟାଳୟମାନଙ୍କର ଶୈକ୍ଷିକ ବିକାଶ ସମ୍ପର୍କରେ କାର୍ଯ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

Comments are closed.