ଡମପଡା ବ୍ଲକରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ୧୭ଗୋଟି ପଞ୍ଚାୟତ ଏବଂ ବାଙ୍କୀ ଏନ.ଏ.ସିର ୧୭ଗୋଟି ଓାର୍ଡରେ ଶିକ୍ଷା ସଚେତନତା ରଥ ପରିକ୍ରମାର  ଶୁଭାରମ୍ଭ ହୋଇଛି। ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରୁ ଏହି ରଥକୁ ସବୁଜ ପତାକା ଦେଖାଇ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଶୁଭାରମ୍ଭ କରିଛନ୍ତି। ସମସ୍ତ ପିଲା ଯେଭଳି ବିଦ୍ୟାଳୟକୁ ଆସିବେ ଏବଂ ଚଳିତ ବର୍ଷ ପ୍ରଥମ କରି ପିଲାମାନେ ଯେଭଳି ବିଦ୍ୟାଳୟରେ ନାମ ଲେଖାଇବେ ସେ ସମ୍ପର୍କରେ ଡାକବାଦୀ ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଛି। ମୋ ସ୍କୁଲର ବିକାଶରେ ମୋର ବି ଦାୟିତ୍ୱ ଅଛି, ମୋ ସ୍ୱପ୍ନର ତାଲିକାର ମୋର ସ୍କୁଲ ବି ଅଛି, ଆମେ ପଢିବୁ ଗଢିବୁ ଶ୍ରେଷ୍ଠ ହେବୁ, ଆମ ଶିକ୍ଷା ଆମ ପ୍ରଗତି ସମ୍ପର୍କରେ ଅଭିଭାବକ, ଛାତ୍ର- ଛାତ୍ରୀ ଓ ଜନସାଧାରଣଙ୍କୁ ଗାଁ ଗାଁ ବୁଲି ଏହି ଶିକ୍ଷା ସଚେତନତା ରଥ ସଚେତନ କରିବ ବୋଲି ପ୍ରୟାସ ଜାରି ରହିଛି । ମୋ ସ୍କୁଲ ସମ୍ପର୍କରେ ଏହା ଏକ ସଚେତନ ବାର୍ତ୍ତା ବୋଲି ଶୁଭାରମ୍ଭ ସମୟରେ ବ୍ଲକ ଶିକ୍ଷାଧିକାରୀ ମତ ପ୍ରକାଶ କରି ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ମଧ୍ୟରେ ସମସ୍ତ ୧୭ଟି ପଞ୍ଚାୟତର ୯ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଞ୍ଚଳ ଏହି ରଥ ପରିକ୍ରମା କରିବା ସମ୍ପର୍କରେ ସୂଚନା ଦେଇଛନ୍ତି।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଦାଧର ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆକାଉଣ୍ଟାଣ୍ଟ ନିରଞ୍ଜନ ମହାଭୋଇ,ବିଶ୍ୱଜିତ୍‌ ଦାସ, ସବୀର ବେହେରା,ସମସ୍ତ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ, ଲିମା ମହାପାତ୍ର, ଜ୍ୟୋର୍ତିମୟୀ ମହାପାତ୍ର, ମନୋଜ କୁମାର ଦାସ ଓ ଶୁକାନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.