୫ହଜାର ରନ୍ କ୍ଲବରେ ଧାୱନ୍‌

0

ନାପିଏର୍‌  : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଦଳ ବିଜୟୀ ହୋଇଛି। ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ଶିଖର ଧାୱନ୍‌ ଅପରାଜିତ ୭୫ ରନ୍ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି କ୍ରମରେ ଧାୱନ୍‌ ଅନ୍ତର୍ଜାତୀୟ ଦିନିକିଆରେ ୫ ହଜାର ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଦ୍ବିତୀୟ ଦ୍ରୁତତମ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଧାୱନ୍ ୫ ହଜାର ରନ୍ ସଂଗ୍ରହ କରିଛନ୍ତି। ଧାୱନ୍‌ ୧୧୮ଟି ଦିିନିକିଆ ମ୍ୟାଚ୍ ଖେଳି ୫ ହଜାର ରନ୍ ସଂଗ୍ରହ କରିଛନ୍ତି। ସୂଚନାଥାଉକି ଭାରତୀୟ ଅଧିନାୟକ ୧୧୪ଟି ଦିନିକିଆ ମ୍ୟାଚ୍‌ ଖେଳି ୫ ହଜାର ରନ୍‌ ସଂଗ୍ରହ କରିଥିଲେ। ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୫ ହଜାର ରନ୍ ସଂଗ୍ରହ କରିବା ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ ଆମଲା। ସେ ୧୦୧ଟି ଦିନିକିଆ ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରିଥିଲେ। କୋହଲିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ଭିଭିଆନ୍ ରିଚାର୍ଡସ୍‌ ୧୧୪ଟି, ବ୍ରାଏନ୍‌ ଲାରା ୧୧୮ଟି ଦିନିକିଆ ମ୍ୟାଚ୍‌ ଖେଳି ୫ ହଜାର ରନ୍‌ ସଂଗ୍ରହ କରିଛନ୍ତି।
୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧାୱନ୍‌ ବର୍ତ୍ତମାନ ସୁଦ୍ଧା ୧୫ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Leave A Reply