ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ପେଶାୱର: ପାକିସ୍ତାନରେ ନାନକାନ ଗୁରୁଦ୍ବାରା ଉପରେ ଆକ୍ରମଣ ପରେ ପୁଣି ଥରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇଛି। ପେଶାୱରରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। କୌଣସି ଅଜଣା ବ୍ୟକ୍ତି ଯୁବକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଚାମକାନୀ ଥାନା ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିବା ପୁଲିସ ସୂଚନା ଦେଇଛି।

ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ବାରମ୍ବାର ଶିଖ୍‌ ସମ୍ପ୍ରଦାୟ ଉପରେ ଆକ୍ରମଣ ହେଉଥିବାରୁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାର ଆଶଙ୍କା ଉପୁଜିଛି। ନିକଟରେ ନାନକାନ ସାହିବ ଗୁରୁଦ୍ବାରା ଉପରେ ଉତ୍ତ୍ୟକ୍ତ ଲୋକମାନେ ପଥରମାଡ଼ କରିବା ସହିତ ଏହାର ନାମ ପରିବର୍ତ୍ତନ କରିବାକୁ ଚେତାବନୀ ଦେଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଶନିବାର ପ୍ରଶାସନ ଶିଖ୍‌ମାନଙ୍କୁ ନଗର କୀର୍ତ୍ତନ କରିବାକୁ ଅନୁମତି ଦେଇ ନ ଥିଲା। ପାକ୍‌ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଞ୍ଚଳରେ ଏବେ ବି ଉତ୍ତେଜନା ଜାରି ରହିଛି।

Comments are closed.