‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ

0

ଭୁବନେଶ୍ବର: ଓଡିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ର ସରକାରଙ୍କ କୁଠାରଘାତ ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜି ନିକଟରେ ସ୍ବାକ୍ଷର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ୫ ହଜାରରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି । ସେମାନଙ୍କ ସହ ବିଜୁ ଜନତା ଦଳର ମନ୍ୟବର ବିଧାୟକ, ସାଂସଦ ସମେତ ଦଳୀୟ କର୍ମକର୍ତ୍ତା ବହୁ ସଂଖ୍ୟାରେ ଆଂଶ ଗ୍ରହଣ କରିଛନ୍ତି ।

ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ରାଜ୍ୟ ଉପରେ ଏବେ ଅତିରିକ୍ତ ବୋଝ ଲଦି ଦେଇଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦% ଛାତ୍ରବୃତ୍ତି ଏ​‌ବେ​‌ ୨୦%ରେ ସୀମତି ରଖିଛନ୍ତି । ଏପରିକି ଧାର୍ଯ୍ୟ ସମୟରେ ନିଜ ଅଂଶଧନ କେନ୍ଦ୍ର ସରକାର ଦେଉନାହାନ୍ତି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ବିଜୁ ଯୁବ-ଛାତ୍ର ଜନତା ଦଳ ଅଭିଯୋଗ କରିଛି ।

Leave A Reply