ପାକିସ୍ତାନ ଯିବାକୁ ଉଛନ୍ନ ସିଦ୍ଧୁ, ବୈଦେଶିକ ମନ୍ତ୍ରୀଙ୍କୁ ଲେଖିଲେ ୩ୟ ପତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପାକିସ୍ତାନର କର୍ତ୍ତାରପୁର ସାହିବ କରିଡରର ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି। ଏନେଇ ସିଦ୍ଧୁ ପୂର୍ବରୁ ବୈଦେଶିକମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମଧ୍ୟ ଚିଠିର କୌଣସି ଉତ୍ତର ମିଳିନଥିବା କାରଣରୁ ସିଦ୍ଧୁ ଗୁରୁବାର ତୃତୀୟ ଚିଠି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତାର ଚିଠ ଲେଖୁଥିବାବେଳେ ବୈଦେଶିକମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ଏବେ ଅତି କମରେ ଥରେ ତାଙ୍କ ଚିଠିର ଉତ୍ତର ଦେବାପାଇଁ ଚିଠିରେ ଲେଖିଛନ୍ତି ନବଜୋତ ସିଂହ ସିଦ୍ଧୁ। ଏହି ଚଠିର ଉତ୍ତର ନଦେଲେ ସେ ସାଧାରଣ ଜନତା ଭାବେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି।

Comments are closed.