କେଜରିୱାଲଙ୍କ ଘର ଆଗରେ ସିଧୁଙ୍କ ଧାରଣା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନରେ ଧାରଣା ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଧୁ । ତେବେ ସେ ନିଜର କୌଣସି ଦାବିପୂରଣ ପାଇଁ ଧାରଣାରେ ବସିନାହାନ୍ତି । ଦିଲ୍ଲୀର ଅତିଥି ଶିକ୍ଷକମାନେ ସେମାନଙ୍କୁ ସ୍ଥାୟୀ କରାଯିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧାରଣା ଦେଇଥିବାବେଳେ ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ସିଧୁ ସେମାନଙ୍କ ସହିତ ବସିଛନ୍ତି । ସୂଚନାଯୋଗ୍ୟ ଯେ ନିକଟରେ ପଞ୍ଜାବରେ ଶିକ୍ଷକମାନେ ସେମାନଙ୍କର ବିଭିନ୍ନ ଦାବିପୂରଣ ପାଇଁ ଆନ୍ଦୋଳନ ଓ ଧାରଣା ଦେଇଥିବାବେଳେ ଅରବିନ୍ଦ କେଜରିୱାଲ ସେମାନଙ୍କ ଧାରଣାସ୍ଥଳକୁ ଯାଇ ସେଠାରେ ବସିଥିଲେ । ସିଧୁ ଏବେ କେଜରିୱାଲଙ୍କ ପଦାଙ୍କ ଅନୁସରଣ କରିଛନ୍ତି ।

Comments are closed.