ସିଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

0

ନୂଆଦିଲ୍ଲୀ : ପାକିସ୍ତାନ ସେନାମୁଖ୍ୟ କ୍ୱାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବାକୁ ନେଇ ଭାରତର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଜନୈକ ଓକିଲ ବିହାର ମୁଜାଫରପୁରର ଏକ ଅଦାଲତରେ ସିଧୁଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଅବସରରେ ସିଧୁ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିଥିଲେ। ସିଧୁ ଏବେ ଅମରିନ୍ଦର ସିଂହଙ୍କ ନେତୃତ୍ୱ ପଞ୍ଜାବ ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଛନ୍ତି। ପାକିସ୍ତାନ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନାପସନ୍ଦ କରିଛନ୍ତି। ବିଜେପି ମଧ୍ୟ ସିଧୁଙ୍କ ଏହି କାର୍ଯ୍ୟକୁ ଲଜ୍ଜାଜନକ ବୋଲି ଦର୍ଶାଇଛନ୍ତି।

Leave A Reply