ସୁଧୁରୁ ନାହାନ୍ତି ସିଧୁ

0

ଚଣ୍ଡିଗଡ଼ : ଯେତେ ଯାହା ଘଟିଲେ ବି ପାକିସ୍ତାନ ପ୍ରୀତି ଛାଡ଼ୁ ନାହାନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ମନ୍ତ୍ରିମଣ୍ଡଳ ସଦସ୍ୟ ନବଜୋତ୍‌ ସିଂହ ସିଧୁ। ପୁଲୱାମା ଘଟଣାକୁ ନିନ୍ଦା କରିବା ସହ ସେ ପାକିସ୍ତାନକୁ ସାମଗ୍ରିକ ଭାବେ ଏଥିପାଇଁ ଦୋଷ ନ ଦେବାକୁ ମତ ରଖିଛନ୍ତି। ‘ଏଭଳି ଆକ୍ରମଣ କାପୁରୁଷର କାମ ଏହା ବିରୋଧରେ ଯେତେ ସମ୍ଭବ ଦଣ୍ଡବିଧାନ କରାଯିବା ଉଚିତ; କିନ୍ତୁ କତିପୟ ବ୍ୟକ୍ତିଙ୍କ ପାଇଁ କାହିଁକି ସମଗ୍ର ଦେଶକୁ ଦୋଷ ଦିଆଯିବ’ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply