୭ରୁ ପୁଣି ଖୋଲିବ ସିଦ୍ଧି ବିନାୟକ ମନ୍ଦିର

ମୁମ୍ବଇ: ଏଠାରେ ଥିବା ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଚଳିତ ମାସ ୭ ତାରିଖ ଠାରୁ ଭକ୍ତଙ୍କ ନିମନ୍ତେ ପୁନର୍ବାର ଖୋଲିବାକୁ ଯାଉଛି । କୋଭିଡ-୧୯ ମହାମାରୀ କାରଣରୁ ଦେଶର ସମସ୍ତ ଭାଗ ସହିତ ଏଠାରେ ଧର୍ମସ୍ଥଳଗୁଡିକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଗତ ମାସରେ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ ଯେ ଅକ୍ଟୋବର ୭ରୁ ରାଜ୍ୟରେ ଥିବା ସମସ୍ତ ଧର୍ମସ୍ଥଳକୁ କୋଭିଡ-୧୯ କଟକଣା ପାଳନ ମଧ୍ୟରେ ପୁନର୍ବାର ଖୋଲାଯିବ । ମନ୍ଦିର ଖୋଲାଯିବା ପରେ ଭକ୍ତମାନେ କେବଳ ପୂର୍ବରୁ କରାଯାଇଥିବା ବୁକିଂର କୁ୍ୟଆର କୋଡ ବଳରେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଭଗବାନ ସିଦ୍ଧି ବିନାୟକଙ୍କ ଦର୍ଶନ ନିମନ୍ତେ ପ୍ରତି ଘଣ୍ଟାରେ ମାତ୍ର ୨୫୦ ଭକ୍ତଙ୍କୁ କୁ୍ୟଆର କୋଡ ଯୋଗାଇ ଦିଆଯିବ । ତେବେ ଏଥିସହିତ ଭକ୍ତମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତରେ ସାନିଟାଇଜର ବ୍ୟବହାର ଭଳି କୋଭିଡ କଟକଣାକୁ କଡାକଡି ଭାବେ ମାନିବାକୁ ହେବ ।

Comments are closed.