ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଆଜି ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ କଟକ ସିଡିଏ ସେକ୍ଟର ୬ସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ଶିବ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହୋଇଥିଲା। ପିତା ଶିବ ପାଣିଗ୍ରାହୀଙ୍କ ପରଲୋକ ନେଇ ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଲଳିତ କଳା ଏକାଡେମୀର ସଚିବ ତଥା ଭାସ୍କର୍ଯ୍ୟ ଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି ଯେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ହେଉଛନ୍ତି ମୋର ଜଣେ ଉତ୍ତମ ବନ୍ଧୁ। ସେ ଜଣେ ମେଳାପି ସ୍ବଭାବର ବ୍ୟକ୍ତିତ୍ବ ଥିଲେ। ମୟୁରଭଞ୍ଜ ଜିଲାରେ ଜନ୍ମ ହୋଇଥିଲେ। ବି.କେ.ଆର୍ଟ କଲେଜରେ ଅଧ୍ୟାପନା କରିଥିଲେ। ନିକଟରେ ତାଙ୍କ ସ୍ତ୍ରୀଙ୍କ ଦେହନ୍ତ ହୋଇଥିଲା। ଏହାପରେ ସେ ଭାଙ୍ଗି ପଡ଼ିଥିଲେ। କଥା କହି ପାରୁନଥିଲେ କିମ୍ବା ଶୁଣି ପାରୁନଥିଲେ। ସତେ ଯେମିତି ଏକ କାଠ କଣ୍ଢେଇ ପାଲଟି ଯାଇଥିଲେ। ଶିବ ପାଣିଗ୍ରାହୀଙ୍କ ସହିତ ମୋର ଅନେକ ଅଭୁଲା ସ୍ମୁତି ରହିଛି। ମୋ ଭଉଣୀ ବାହାଘର ପାଇଁ ତାଙ୍କର ସହଯୋଗ ସବୁବେଳେ ମନେରହିବ। ମୁଁ ତାଙ୍କୁ ଲଳିତ କଳା ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ଲଳିତ କଳା ଏକାଡେମୀର ସଚିବ ତଥା ଭାସ୍କର୍ଯ୍ୟ ଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି ଯେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ହେଉଛନ୍ତି ମୋର ଜଣେ ଉତ୍ତମ ବନ୍ଧୁ। ସେ ଜଣେ ମେଳାପି ସ୍ବଭାବର ବ୍ୟକ୍ତିତ୍ବ ଥିଲେ। ମୟୁରଭଞ୍ଜ ଜିଲାରେ ଜନ୍ମ ହୋଇଥିଲେ। ବି.କେ.ଆର୍ଟ କଲେଜରେ ପଢ଼ିଥିଲେ। ନିକଟରେ ତାଙ୍କ ସ୍ତ୍ରୀଙ୍କ ଦେହନ୍ତ ହୋଇଥିଲା। ଏହାପରେ ସେ ଭାଙ୍ଗି ପଡ଼ିଥିଲେ। କଥା କହି ପାରୁନଥିଲେ କିମ୍ବା ଶୁଣି ପାରୁନଥିଲେ। ସତେ ଯେମିତି ଏକ କାଠ କଣ୍ଢେଇ ପାଲଟି ଯାଇଥିଲେ। ଶିବ ପାଣିଗ୍ରାହୀଙ୍କ ସହିତ ମୋର ଅନେକ ଅଭୁଲା ସ୍ମୁତି ରହିଛି। ମୋ ଭଉଣୀ ବାହାଘର ପାଇଁ ତାଙ୍କର ସହଯୋଗ ସବୁବେଳେ ମନେରହିବ। ମୁଁ ତାଙ୍କୁ ଲଳିତ କଳା ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

୧୯୪୫ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହି ରାଜ୍ୟର ସର୍ବପୂରାତନ କଳାଶିକ୍ଷା ଅନୁଷ୍ଠାନ ଖଲ୍ଲିକୋଟ ଆର୍ଟ କଲେଜରୁ ଚିତ୍ରକଳାରେ ଡ଼ିପ୍ଲୋମା ହାସଲ କରିବା ପରେ ବିଭୂତି କାନୁନ୍‌ଗୋ ଚାରୁକଳା ମହାବିଦ୍ୟାଳୟ‌ରେ ଅଧ୍ୟାପନା କରିଥିଲେ। ସେଠାରୁ ଅବସର ଗ୍ରହଣ କରିବା ପରେ ସେ କଟକ ସିଡିଏ ସେକ୍ଟର ୬ରେ ଅବସ୍ଥାନ କରୁଥିଲେ। ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ଭ‌ାବେ ତିନି ବର୍ଷ କାର୍ଯ୍ୟ କରିଥିଲେ। ନିଜର କଳାତ୍ମକ ଉତ୍କର୍ଷ ଲାଗି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ସେ । ‌ଲଳିତ କଳା ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର, ଶାରଳା ପୁରସ୍କାର ସହିତ ରାଜ୍ୟ ସରକାରଙ୍କ ଦ୍ବାରା ଏକାଧିକ ବାର ସେ ସମ୍ମାନିତ ହୋଇଛନ୍ତି।

ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ପରେ ଶିବ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

Comments are closed.