ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା ପରେ ଏସଆଇଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ରାଜଧାନୀ ନୂଆଦିଲ୍ଲୀର ଲୋଦୀ ଷ୍ଟେଟ୍‌ର ୬୧ ନମ୍ବର ବଙ୍ଗଳାରେ ଶୁକ୍ରବାର ରାତି ୧୦ଟାରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ଏହି ବଙ୍ଗଳାଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆବଣ୍ଟିତ ହୋଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଏସଆଇ କରନୈଲ ସିଂହ(୫୫) ଏବଂ ତାଙ୍କ ଉପରିସ୍ଥ ଅଧିକାରୀ ଇନ୍ସପେକ୍ଟର ଦଶରଥ  ସିଂହ(୫୬) ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ କରନୈଲ ନିଜ ସର୍ଭିସ ରିଭଲଭରରୁ ଦଶରଥଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ଦଶରଥ ନିଜ ରୁମରେ ଖାଉଥିବା ସମୟରେ କରନୈଲ ତାଙ୍କୁ ଗୁଳି କରିଥିଲେ। ଏସଆଇ କରନୈଲ ଜାମ୍ମୁ-କାଶ୍ମୀରର ବାସିନ୍ଦା ହୋଇଥିବାବେଳେ ଦଶରଥଙ୍କ ଘର ହରିୟାଣାରେ। ଉଭୟେ ୬୧ ନମ୍ବର ଲୋଦୀ ଷ୍ଟେଟ୍‌ ବଙ୍ଗଳାରେ ରହୁଥିଲେ।

Comments are closed.