ପ୍ରତିଦିନ ରାଷ୍ଟ୍ରଗୀତ ପ୍ରସାରଣ ହେଉଥିବା​‌ ଗାଁ : ଶ୍ୟାମନଗର

0

ଛତିଶଗଡ଼ର ରାୟପୁର ନିକଟସ୍ଥ ଗ୍ରାମ ହେଉଛି ଶ୍ୟାମନଗର। ସ୍ଥାନୀୟ ଲୋକଙ୍କର ରାଷ୍ଟ୍ରପ୍ରେମର ସୁନ୍ଦର ନିଦର୍ଶନ ସମଗ୍ର ଦେଶ ପାଇଁ ସୁନ୍ଦର ଉଦାହରଣଟିଏ ହୋଇଛି। ୬ ମାସରୁ ଅଧିକ ସମୟ ହେଲାଣି, ସକାଳ ୮ଟା ୫୯ ମିନିଟ୍‌ରେ ଗ୍ରାମରେ ରାଷ୍ଟ୍ରଗୀତ ବାଜିଥାଏ। ଏଇ କାର୍ଯ୍ୟକ୍ରମ ନିମନ୍ତେ ଗ୍ରାମର ବିଭିନ୍ନ ପ୍ରାନ୍ତରେ ୨୦ଟି ଲାଉଡ୍ ସ୍ପିକର୍ ଲାଗିଛି। ସରପଞ୍ଚଙ୍କ ପରାମର୍ଶରେ ଗାଁଲୋକେ ଚାନ୍ଦା କରି ଏଇ ଲାଉଡ ସ୍ପିକର ଲଗାଇଥିବାର ପ୍ରକାଶ। ରାଷ୍ଟ୍ରଗୀତ ବାଜିବା ମାତ୍ରେ ଗୃହିଣୀ ରୋଷେଇ କରୁଥାନ୍ତୁ ଅବା କେହି କ୍ଷେତରେ କାମ କରିବା ହେଉ କିମ୍ବା ଅନ୍ୟ କେହି ସାଇକଲରେ ଯାଉଥିବାବେଳେ ନିଜ କାମରୁ ବିରତି ନେଇ କିଛି ସମୟ ପାଇଁ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ରହନ୍ତି। ରାଷ୍ଟ୍ରଗୀତ ଶେଷ ହେବା ପରେ ପୁଣି ସେମାନେ ନିଜନିଜ କାମ କରନ୍ତି। ଗାଁଲୋକଙ୍କ କହିବାନୁସାରେ ଏଇ ଅଭ୍ୟାସ ସେମାନଙ୍କୁ ଖୁବ୍ ଭଲ ଲାଗୁଛି। ପ୍ରଥମେ ଗ୍ରାମର ପଞ୍ଚାୟତ ଭବନରେ ହିଁ ରାଷ୍ଟ୍ରଗାନ ପ୍ରସାରଣ ହୋଇଥାଏ, ପରେ ଅନ୍ୟ ସ୍ଥାନରେ ବାଜିଥାଏ।

Leave A Reply