ଆମାଜନ୍‌ ପୁଞ୍ଜି ବିନିଯୋଗ କରିଥିବା ବସ୍‌ ସେବା ସଟଲ୍‌ରେ ପୁଞ୍ଜି ବିନିଯୋଗ କଲା  ଟ୍ରାଇଫେକ୍ଟା କ୍ୟାପିଟାଲ୍‌

0

ଗୁରୁଗ୍ରାମ . – ଆମାଜନ ଏବେ ବିଭିନ୍ନ ପ୍ରକାରର ଷ୍ଟାର୍ଟ ଅପ୍‌କୁ ଆର୍ଥିକ ସହାୟତା ଦେବାରୁ ଲାଗିଛି । ଆମାଜନ୍‌ ସଟଲ୍‌ ନାମକ ବସ୍‌ ସେବାରେ ୭୩ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ସଟଲ୍‌ରେ ଟ୍ରାଇଫେକ୍ଟା କ୍ୟାପିଟାଲ୍‌ ଏକ ମିଲିଅନ୍‌ ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗ କରିଛି ।

୨୦୧୫ ମସିହାରେ ସଟଲ୍‌ ବସ୍‌ ସେବା ଆରମ୍ଭ ହୋଇଥିଲା । ମୋବାଇଲ୍‌ ଆପ୍‌ରେ  ଏହି ବସ୍‌ ସେବାକୁ ଆରମ୍ଭ କରାଯାଇଥିଲା । ସଟଲ୍‌ ଷ୍ଟାର୍ଟଅପ୍‌ରେ ଏବେ ଅନେକ ବିନିଯୋଗକାରୀ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ଦେଖାଇଛନ୍ତି । ଅମିତ ସିଂ ଓ ଦୀପାଂଶୁ ମାଲବ୍ୟ ଏହି ବସ୍‌ ସେବାକୁ ଆରମ୍ଭ କରିଥିଲେ । ପୂର୍ବରୁ ଆମାଜନ୍‌ ସଟଲ୍‌ରେ ପ୍ରାୟ ୭୩ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ଜାପାନର ଡେଣ୍ଟସୁ ଭନଚର୍‌ ବି ଏଥିରେ ପୁଞ୍ଜି ବିନିଯୋଗ କରିଛି ।

୨୦୧୫ ମସିହାରେ ସଟଲ୍‌ରେ ୧୪୬ କୋଟି ଟଙ୍କା ପୁଞ୍ଜି ଯୋଗାଡ କରାଯାଇଥିଲା । ଏବେ ଦିଲ୍ଲୀ ଓ ଏନ୍‌ସିଆର୍‌ ଅଞ୍ଚଳରେ ଏହି ବସ୍‌ ସେବା ମିଳୁଛି । ପ୍ରାୟ ୫୦ଟି ପଥରେ ୬୦୦ଟି ବସ୍‌ ପ୍ରତିଦିନ ଚଳା ଚଳ କରୁଛି ।

Leave A Reply