ଜଳେଶ୍ୱର ପୌରାଞ୍ଚଳ ୭ ଦିନ ପାଇଁ ସଟ୍‌ଡାଉନ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସବୁ ଜିଲାରେ ନିଜ କାୟା ମେଲେଇ ସାରିଲାଣି । ଏଥିରୁ ବାଲେଶ୍ୱର ବି ବାଦ ପଡିନାହିଁ । ବାଲେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଜଳେଶ୍ୱର ସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି । ଏହାରି ଭିତରେ ଜଳେଶ୍ୱର ପୌରାଞ୍ଚଳକୁ ଆଉ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ପୂର୍ବରୁ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିବେଳେ ପୁଣି ଆସନ୍ତା ସୋମବାର ଠାରୁ ଆଉ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଜିଲାପାଳ ସୁଦର୍ଶନ ଚକ୍ରବତ୍ତର୍ତ୍ତୀ ଏହି ଘୋଷଣା କରିଛନ୍ତି । ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏହି ସମୟ ଭିତରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସାନିଟାଇଜ କରାଯିବ । ସଡଟାଉନ ସମୟ ଭିତରେ ମେଡ଼ିସିନ ଦୋକାନୀ, କୋଭିଡ଼ ୱାର୍କର, ଆମ୍ବୁଲାନ୍ସ, ଫାୟାର ୱାର୍କର, ପେଟ୍ରୋଲ ପମ୍ପ କର୍ମଚାରୀ ନିଜ ନିଜର ପରିଚୟପତ୍ର ଦେଖାଇ କାମକୁ ଯିବାକୁ ଜିଲାପାଳ କହିଛନ୍ତି।

Comments are closed.