ରାଉରକେଲାରେ ଲାଗୁ ହେଲା ସାପ୍ତାହିକ ସଟଡ଼ାଉନ ନିୟମ

ରାଉରକେଲା : ରାଉରକେଲା ତଥା ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଠାରେ ସାପ୍ତାହର ଶେଷ୨ ଦିନ ସଟଡ଼ାଉନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ଶୁକ୍ରବାର ଜଣାପଡ଼ିଛି। ଆସନ୍ତା ଜୁଲାଇ ୧୧ରୁ ୩୧ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ରାଉରକେଲା ମହାନଗର, ଇସ୍ପାତ ସହରାଂଚଳ ଓ କଲୁଙ୍ଗା ଶିଳ୍ପାଂଚଳ ସଟଡ଼ାଉନ ରହିବ। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ମାତ୍ର ଏହି ସଟଡ଼ାଉନ ସମୟରେ ଔଷଧ ଦୋକାନ, ମେଡ଼ିକାଲ ସେବା, ତେଜରାତି ଦୋକାନ, କ୍ଷୀର ଦୋକାନ ଆଦି ସକାଳ ୬ ରୁ ଦିନ ୨ଟା ଯାଏଁ ଖୋଲା ରହିବ।

Comments
Loading...