କଟକ, ଭୁବନେଶ୍ୱର ଓ ଭଦ୍ରକ ସହରରେ ଲାଗୁ ହେଲା ୪୮ଘଣ୍ଟିଆ ସଟ୍‍ ଡାଉନ୍‍

ଶୁକ୍ରବାର ୪ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି

ଭୁବନେଶ୍ୱର : କଟକ, ଭୁବନେଶ୍ୱର ଓ ଭଦ୍ରକ ସହର ପାଇଁ ୪୮ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ ବା ସଟ୍‍ ଡାଉନ୍‍ ଶୁକ୍ରବାର ରାତିରୁ ଲାଗୁ ହୋଇଛି। ସଟ୍‍ ଡାଉନ ସମୟ କର୍ଫ୍ୟୁ ତୂଲ୍ୟ ବୋଲି ଡିଜିପି ଅଭୟ କହିଛନ୍ତି । ସଟ୍‍ ଡାଉନ ସମୟରେ ବାହାରେ ବୁଲିଲେ ପୋଲିସ ଧରିନେଇ କ୍ୱାରେଣ୍ଟାଇନରେ ରଖିବ।  ଦୁଇ ସହରରେ  ପେଟ୍ରୋଲ ପମ୍ପ ଓ ବ୍ୟାଙ୍କ ବନ୍ଦ ରହିବ।

ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‍ ଡାଉନ୍‍ ବଳବତ୍ତର ରହିବ । ଇତିମଧରେ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଶୁକ୍ରବାର ୪ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି।

Comments are closed.