ସଟ୍‌ଡାଉନ୍‌ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି

କଟକ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣାକୁ ବିଚାରକୁ ନେଇ ହାଇକୋର୍ଟ ଆଜି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜୁନ୍ ମାସରେ ସମସ୍ତ କାର୍ଯ୍ୟ ଦିବସ ଥିବା ଶନିବାର ଦିନ ହାଇକୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ବିଜ୍ଞପ୍ତିରେ ସ୍ଥାନ ପାଇଥିବା ୧୧ଟି ଜିଲ୍ଲାରେ ଜୁନ୍ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ଥିବା ଶନିବାର ସବ୍‌ଅର୍ଡିନେଟ୍ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ସଟ୍‌ଡାଉନ ଘୋଷଣା ସଂପର୍କିତ ତାଲିକାରେ ଯଦି ଆଉ କୌଣସି ଜିଲ୍ଲା ସ୍ଥାନ ପାଏ ତେବେ ସଂପୃକ୍ତ ଜିଲ୍ଲାରେ ମଧ୍ୟ ଜୁନ୍ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ଥିବା ଶନିବାର ସବ୍‌ଅର୍ଡିନେଟ୍ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Comments are closed.