ମୁରିବାହାଲରେ ସଟଡାଉନ ଘୋଷଣା

ମୁରିବାହାଲ : ମୁରିବାହାଲ ଗ୍ରାମରେ ବୁଧବାର ଦିନ ହେବାକୁ ଥିବା ରଥଟଣା କାଯ୍ୟକ୍ରମକୁ ଆଖି ଆଗରେ ରଖି ତା.୨୪.୦୬.୨୦ ଦିନ ୧୨ ଘଣ୍ଟାରୁ ରାତ୍ର ୮ ଘଣ୍ଟା ସମୟ ପଯ୍ୟନ୍ତ ପଂଚାୟତର ସମସ୍ତ ଅଚଂଳକୁ ସଟଡାଉନ ଘୋଷଣା କରାଯାଇଛି। ସରପଂଚ ତଥା ଜିଲାପାଳ ଲତା ହେର୍ଣ୍ଣାଙ୍କ ନିର୍ଦେଶକ୍ରମେ ମୁରିବାହାଲରେ ସଟଡାଉନ ଘୋଷଣା ହୋଇଛି। ପଂଚାୟତରେ ଥିବା ସମସ୍ତ ଦୋକନ ବଜାର ବନ୍ଦ କରିବା ଘୋଷଣା କରିବା ସହିତ ପଂଚାୟତରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ହେବାକୁ ଥିବା ରଥଯାତ୍ରା ବନ୍ଦ କରାଯାଇ କେବଳ ମନ୍ଦିର ପରିସରରେ ପୂଜକମାନଙ୍କୁ ନେଇ ପୂଜା କରିବା ପାଇଁ ଘୋଷଣା କରିଥିବା ସୂଚନା ଦେବା ସହିତ ସଟଡାଉନ ଘୋଷଣା କରାଯାଇଛି।

Comments are closed.