ମୁରିବାହାଲ ବ୍ଲକ ବାଙ୍କେଲ ପଂଚାୟତରେ ୪୮ ଘଣ୍ଟା ସଟଡାଉନ ଜାରି

ସଂଗରୋଧରୁ ବାହାରିଲେଣି ୧୮୪ ଜଣ ପ୍ରବାସୀ

ମୁରିବାହଲ : ମୁରବାହାଲ  ବ୍ଲକ ବାଙ୍କେଲ ପଂଚାୟତରେ ୪୮ ଘଣ୍ଟିଆ ସଟଡାଉନ ଜାରି କରାଯାଇଛି। ମଙ୍ଗଳବାର ସକାଳ ୭ ଘଣ୍ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତ ରହିବ ବୋଲି ବାଙ୍କେଲ ସରପଂଚ ତଥା ଜିଲ୍ଲାପାଲ ବୁଇ ଦୋରା ଓ ପିଇଓ ସୁଧାଂଶୁ ସେଖର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥି ସହିତ ବାଙ୍କେଲ ପଂଚାୟତରେ ଥିବା ସଂଗରୋଧ କେନ୍ଦ୍ରରୁ ବର୍ତମାନ ସୁଦ୍ଧା ୧୮୪ ଜଣଙ୍କୁ ଅବ୍ୟାହତ ଦିଆଯାଇଅଛି। ୭ ଦିନ ପର୍ଯ୍ୟନ୍ତ ଏମାନେ ହୋମ କରେନ୍ଟାଇନରେ ରହିବା ପାଇଁ ଚୁକ୍ତି କରାଯାଇଛି। କିନ୍ତୁ କିଛି ଲୋକ ଉକ୍ତ ଗୃହ ସଂଗରୋଧକୁ ଅମାନ୍ୟ କରି ବାହାରେ ବୁଲାବଲି କରୁଥିବାର ପରିଲିକ୍ଷିତ ହୋଇଛି।  ଏଣୁ ଗ୍ରାମ ପଂଚାୟତ ଅନ୍ତର୍ଗତ ସମସ୍ତ ଦୋକାନ ବଜାର ଗାଡି ମୋଟର ଚଳାଚଳ ଆଦିକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରାଯାଇଛି।

Comments are closed.