ସଟ୍‌ଡାଉନ୍‌ରେ ଘରେ ପହଞ୍ଚିବ ମାଛ, ମାଂସ : ଖୋଲା ରହିବ ଓପୋଲ୍‌ଫେଡ୍‌ ଓ ଚିଲିକା ଫ୍ରେସ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ସପ୍ତାହକୁ ଦୁଇଦିନ ସଟ୍‌ ଡାଉନ୍‌ ନିୟମ ଅନୁଯାୟୀ ଚଳିତ ଜୁନ୍‌ ମାସର ସମସ୍ତ ଶନିବାର ଓ ରବିବାରମାନଙ୍କରେ ଭୁବନେଶ୍ୱରସ୍ଥିତ ଓପୋଲ୍‌ଫେଡ୍‌ ଓ ଚିଲିକା ଫ୍ରେସ୍‌ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଅଣ୍ଡା, ସ୍ୱାସ୍ଥ୍ୟପ୍ରଦ କୁକୁଡ଼ା ମାଂସ, ମାଛ ଓ ଚିଙ୍ଗୁଡ଼ି ଘରେ ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ ହୋମ୍‌ ଡେଲିଭରି ଅର୍ଡର ପାଇଁ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.