ଶୁଆକାଟୀରୁ-ଭୁବନେଶ୍ୱର ଚାଲିଲା ବିଜୟଲକ୍ଷ୍ମୀ

ପାଟଣା : ଦୀର୍ଘ ୯ ମାସର ବିରତି ପରେ ଆଜିଠାରୁ ଶୁଆକାଟୀ ଠାରୁ ଭୁବନେଶ୍ୱର ବିଜୟଲକ୍ଷ୍ମୀ ନାମକ ଘରୋଇ ବସ ଚଳାଚଳ ଆରମ୍ଭ କରିଛି । ମାତ୍ର କିଛି ଦିନ ଚାଲିବା ପରେ ଲକଡାଉନ କାରଣରୁ ଦୀର୍ଘ ୯ ମାସ ଧରି ବସଟି ମାଲିକଙ୍କ ଢେଙ୍କିକୋଟ ଘର ଆଗରେ ଠିଆ ହେବା ପରେ ଆଜି ଭୋର ସାଢେ ୩ ଟାରେ ଶୁଆକାଟୀରୁ ଭୁବନେଶ୍ୱର ଭାୟା ହରିଚନ୍ଦନପୁର ହୋଇ ବସଟି ଯାଇଥିବା ବେଳେ ଭୁବନେଶ୍ୱରରୁ ପୂର୍ବାହ୍ନ ସାଢେ ୧୧ ଟାରେ ଶୁଆକାଟୀ ଅଭିମୁଖେ ଛାଡିଛି । ଏ.ସି. ଡିଲକ୍ସ ସୁବିଧା ଥିବା ଏହି ବସଟି ଏଣିକି ନିୟମିତ ଚଳାଚଳ କରିବ ବୋଲି ବସ ମାଲିକ ସୂଚନା ଦେଇଛନ୍ତି।

Comments are closed.