ବିଶୋଧନ ହେଲା ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଶ୍ରୀମନ୍ଦିରକୁ ସାନିଟାଇଜ କରିଛନ୍ତି। ଅଗ୍ନିଶମ ବାହିନୀର ଗୋଟିଏ ଦଳ ଶ୍ରୀମନ୍ଦିର ବାହାର ପାର୍ଶ୍ଵରେ ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଆଦିକୁ ବିଶୋଧନ କରିଥିଲେ। ସେହପରି ଅନ୍ୟ ଦଳ ଶ୍ରୀମନ୍ଦିର ଭିତର ପାର୍ଶ୍ଵରେ ଆନନ୍ଦବଜାର, ସ୍ନାନ ବେଦୀ, କୀର୍ତ୍ତନ ଚକଡା, ବାଇଶି ପାବଚ୍ଛ ଆଦି ଭକ୍ତମାନଙ୍କ ଗହଳି ହେଉଥିବା ସ୍ଥାନକୁ ବିଶୋଧନ କରିଛନ୍ତି। ନୂତନ ନି​‌ର୍ଦେଶାବଳୀ​‌ ଜାରି ହେବା ପରେ ଭକ୍ତଙ୍କ ପାଇଁ ଆସନ୍ତା ମେ’ ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସାଧାରଣ ଦର୍ଶନ ବନ୍ଦ ରହି ଶ୍ରୀମନ୍ଦିରରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Comments are closed.