ପଦାର୍ପଣ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ; ଆୟର ପ୍ରଥମ ଭାରତୀୟ

କାନପୁର : ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଏବଂ ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଶ୍ରେୟାସ ଆୟର। ଏହି କୃତିତ୍ବ ହାସଲ କରିବାରେ ଆୟର ଭାରତର ପ୍ରଥମ। ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ପ୍ରଥମ ଟେଷ୍ଟମ୍ୟାଚରେ ‌ଆୟର ୧୦୫ ଓ ୬୫ ରନ୍‌ କରିଛନ୍ତି । ଶ୍ରେୟାସ ବିଶ୍ବର ୧୦ମ ବ୍ୟାଟ୍‌ସମ୍ୟାନ୍ ଭାବେ ପଦାର୍ପଣ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଶତକ ହାସଲ କରିବାରେ ଶ୍ରେୟାସ ଆୟର ୧୬ଶ ଭାରତୀୟ। ଶେଷଥର ପାଇଁ ପୃଥ୍ବୀ ସ’ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିଲେ।

Comments are closed.